ନର୍ସ ମାନେ ଚିକିତ୍ସା କ୍ଷେତ୍ରର ମେରୁଦଣ୍ଡ ସଦୃଶ: ଅମିତ ଶାହ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ନର୍ସ ଦିବସ। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନର୍ସମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଟ୍ୱିଟ୍ ବାର୍ତ୍ତାରେ ଆଜି ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ବିଶ୍ୱରେ ଲୋକମାନଙ୍କର ସେବା କରୁଥିବା ସମସ୍ତ ନର୍ସମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ନର୍ସମାନେ ଆମ ଚିକିତ୍ସା କ୍ଷେତ୍ରର ମେରୁଦଣ୍ଡ ସଦୃଶ ଓ କୋଭିଡ-୧୯ ବା କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସେମାନଙ୍କର ଭୂମିକା ଅତୁଳନୀୟ ବୋଲି ସେ କହିଛନ୍ତି।
On #InternationalNursesDay, I express my gratitude towards all the nurses serving humanity across the world. Nurses are the backbone of our medical sector. Their role in containing the spread of COVID-19 is truly remarkable. India salutes our nurses for their tireless efforts.
— Amit Shah (@AmitShah) May 12, 2020
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ସବୁଠୁ ଆଗରେ ରହି କାର୍ଯ୍ୟ କରୁଥିବା ନର୍ସମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଡକ୍ଟର ହର୍ଷବର୍ଦ୍ଧନ ଟ୍ୱିଟ୍ କରି ନର୍ସମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ନର୍ସମାନେ ସେମାନଙ୍କର ନିଜର ଜୀବନକୁ ଖାତିର ନ କରି ଲୋକମାନଙ୍କର ସେବା ପାଇଁ ନିଜକୁ ନିୟୋଜିତ କରି ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ ମସିହାକୁ ନର୍ସ ଓ ଧାଇମାନଙ୍କ ବର୍ଷ ଭାବେ ଘୋଷଣା କରିଛି। ଫ୍ଲୋରେନ୍ସ ନାଇଟ୍ଆଙ୍ଗଲଙ୍କ ୨୦୦ତମ ଜୟନ୍ତୀ ଉପଲକ୍ଷେ ଡବ୍ଲ୍ୟୁଏଚ୍ଓ ଏହି ଘୋଷଣା କରିଛି।
ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ, କୋଭିଡ-୧୯ ପରି ମହାମାରି ଲଢେଇରେ ଯୋଦ୍ଧା ସାଜିଥିବା ବିଶ୍ୱର ଲକ୍ଷାଧିକ ସେବିକାଙ୍କୁ ମୋର କୃତଜ୍ଞତା ଜଣାଉଛି । ସେମାନଙ୍କର ନିଷ୍ଠା ଏବଂ ବଳିଦାନ ଆମକୁ ଅଧିକ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ।
On #InternationalNursesDay, my gratitude and tribute to millions of nurses across the world playing the frontliners' role in fighting #COVID19. Their determination & sacrifices have enabled us to save more lives & improve case recoveries. #OdishaCares pic.twitter.com/wDSqJQXqWD
— Naveen Patnaik (@Naveen_Odisha) May 12, 2020
Comments are closed.