ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ୯୦- ହଜାର କୋଟି ଋଣ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ଅଭିଯାନର ନାମକ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି। ଏଥିସହିତ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହି କରୋନା ସଙ୍କଟ ମଧ୍ୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଦ୍ୟୁତ ବିତରଣ କମ୍ପାନୀ। ଏହି କ୍ଷେତ୍ର ସହ ଜଡ଼ିତ କମ୍ପାନୀଙ୍କୁ ଆଜି ଅର୍ଥମନ୍ତ୍ରୀ ଆଶ୍ୱସ୍ତ ପ୍ରଦାନ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି। ଏହି ଅର୍ଥକୁ କମ୍ପାନୀମାନେ ସରକାରଙ୍କ ଠାରୁ ନେଇ ସେମାନଙ୍କ ବକେୟା ଭରଣ କରିପାରିବେ।
ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ କମ୍ପାନୀଗୁଡ଼ିକୁ ଋଣ ଦିଆଯିବ। ଲୋକଙ୍କ ଚାହିଦା ବନ୍ଦ ହୋଇଯାଇଥିବାରୁ କମ୍ପାନୀଗୁଡ଼ିକ ଅଭୂତ ପୂର୍ବ କ୍ୟାଶ ଫ୍ଲୋର ସମ୍ମୁଖୀନ ହେଉଛନ୍ତି। ବିଜୁଳି ବିତରଣ କମ୍ପାନୀଗୁଡ଼ିକ ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନ ଓ ଟ୍ରାନ୍ସମିସନ କମ୍ପାନୀକୁ ୯୪ ହଜାର କୋଟି ଟଙ୍କା ଦେବାର ରହିଛି।
ବିଜୁଳି ବିତରଣ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ପାଇଁ ଡିଜଟାଲ ପେମେଣ୍ଟର ବ୍ୟବସ୍ଥା କରିବେ। କମ୍ପାନୀଗୁଡ଼ିକ ସହୁଥିବା ଆର୍ଥିକ ଓ ଅପରେସନାଲ କ୍ଷତିକୁ ହ୍ରାସ କରିବାକୁ ଯୋଜନା କରାଯାଇଛି। କମ୍ପାନୀଗୁଡ଼ିକ ଋଣ ନେଇ ରାଜ୍ୟର ବକେୟା ଅର୍ଥ ଦେଇପାରିବେ। କେନ୍ଦ୍ରୀୟ ବିଜୁଳି ଉତ୍ପାଦନ ସଂସ୍ଥା ବିତରଣ କମ୍ପାନୀଗୁଡ଼ିକୁ ରିହାତି ପ୍ରଦାନ କରିବେ। ଏହା ଏହି ଫାଇଦା କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ମଧ୍ୟ ପ୍ରଦାନ କରିବେ।
Comments are closed.