ବଦଳିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: କରୋନା ମୁକାବିଲା ବେଳେ ଏବେ ରାଜ୍ୟରେ ସବୁଠୁ ଅଧିକ ତତ୍ପର ବିଭାଗ ଭାବେ ପରିଚିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ହଠାତ ବଦଳି କରି ଦିଆଯାଇଛି। ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ବିଳିଛି। ଅନରୂପ ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ଦାୟିତ୍ବ ଦିଆଯାଇଥିବା ବେଳେ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି।
କରୋନା ଘଡ଼ିସନ୍ଧି ମୁହୂର୍ତ୍ତରେ ନିକୁଞ୍ଜ ବିହାରୀ ଧଳଙ୍କ ଭଳି ଜଣେ କର୍ମଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ହଠାତ କାହିଁକି ବଦଳି କରାଗଲା ଏହାର କାରଣ ଜଣାପଡ଼ିନାହିଁ। କରୋନା ବିତ୍ପାତ ସମୟରେ ନିଜର ବାପାଙ୍କ ମୃତ୍ୟୁ ସତ୍ତ୍ବେ ମାତ୍ର ଗୋଟିଏ ଦିନ ଅନ୍ତରରେ କାର୍ଯ୍ୟରେ ଯୋଗଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ସ୍ଥାନରେ କିଏ ନୂଆ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ନେବେ ତାହା ଜଣାପଡ଼ିନାହିଁ। କିଛି ଦିନ ତଳେେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପତ କୁମାର ମହାପାତ୍ରଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ଦେଇଥିଲେ।
Comments are closed.