ଇସ୍ତଫା ପତ୍ର ଦେଲେ ରାହୁଲ

ନୂଆଦିଲ୍ଲୀ: ଶେଷରେ ଇସ୍ତଫା ପତ୍ର ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାହୁଲଙ୍କ ଇସ୍ତଫାକୁ ନେଇ ସବୁ ଆଡ଼େ ଚର୍ଚ୍ଚା ହେଉଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍ୱିଟ୍ କରିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଦେଇଛନ୍ତି ‘ଏକ ସପ୍ତାହ’ ମଧ୍ୟରେ ହିଁ ଦଳ ନୂଆ ଅଧ୍ୟକ୍ଷଙ୍କୁ ପାଇବ। ସେ ଏହି ଅବସରରେ ଏହି ୪ପୃଷ୍ଠା ସମ୍ବଳିତ ଚିଠିରେ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ଏକ ସମ୍ମାନର କଥା। କଂଗ୍ରେସର ଆଦର୍ଶ ଆମ ଦେଶର ରକ୍ତରେ ପ୍ରବାହିତ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବେ ସେ ପାଇଥିବା ଭଲ ପାଇବା ଏବଂ ସମ୍ମାନ ପାଇଁ ସର୍ବଦା ଋଣୀ ରହିବି ବୋଲି ଉଲ୍ଲେଖ କରିଛନ୍ତି।
It is an honour for me to serve the Congress Party, whose values and ideals have served as the lifeblood of our beautiful nation.
I owe the country and my organisation a debt of tremendous gratitude and love.
Jai Hind 🇮🇳 pic.twitter.com/WWGYt5YG4V
— Rahul Gandhi (@RahulGandhi) July 3, 2019
ଏହା ସହ ନୂଆ ଅଧ୍ୟକ୍ଷଙ୍କ ବାବଦରେ ସେ କହିଛନ୍ତି, ବିନା କୌଣସି ବିଳମ୍ବରେ ଦଳ ନୂଆ ଅଧ୍ୟକ୍ଷ ବାଛିନେବା ଠିକ୍ ହେବ, କିନ୍ତୁ ମୁଁ ଏହି ପ୍ରକ୍ରିୟାରେ ସାମିଲ ହେବି ନାହିଁ ବୋଲି କହିଛନ୍ତି। ମୁଁ ଇସ୍ତଫା ଦେଇ ସାରିଛି ଏବଂ ମୁଁ ଏବେ ଆଉ ଅଧ୍ୟକ୍ଷ ନାହିଁ। ସେ ଏହି ଚିଠିରେ ଲେଖିଛନ୍ତି, ମୁଁ ଦଳର ଅଧ୍ୟକ୍ଷ ହିସାବରେ ଏହି ପରାଜୟ ପାଇଁ ଉତ୍ତରଦାୟିତ୍ୱ ନେଉଛି। ୨୦୧୯ ପରାଜୟ ପାଇଁ ଅନେକ ନେତାଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ। କିନ୍ତୁ ସେମାନଙ୍କୁ ଦାୟୀ କରି ମୁଁ ଉତ୍ତରଦାୟିତ୍ୱ ନନେବା ଭୁଲ ହେବ। ସେ କହିଛନ୍ତି, ମୋର ବିଜେପି ପ୍ରତି ଘୃଣା ବା କ୍ରୋଧ ନାହିଁ କିନ୍ତୁ ସେମାନଙ୍କ କଳ୍ପନାର ଭାରତକୁ ମୁଁ କଦାପି ଗ୍ରହଣ କରିପାରିବି ନାହିଁ।
ଶେଷରେ ସେ ହଜାର ହଜାର ଭାରତୀୟ ଏବଂ ବିଦେଶୀ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଦଳ ପାଇଁ ସେ ଲଢ଼େଇ କରିବା ଜାରି ରଖିବେ। ସେ କହିଛନ୍ତି, କ୍ଷମତାର ଇଚ୍ଛାକୁ ବଳି ନେଦେଇ ଆମେ ଆମ ବିରୋଧୀଙ୍କୁ ହରାଇପାରିବା ନାହିଁ। ମୁଁ କଂଗ୍ରେସ କର୍ମୀ ଭାବେ ଜନ୍ମ ନେଇଥିଲି ଏବଂ ଏହି ଦଳ ମୋ ସହ ସବୁବେଳେ ଶରୀରର ରକ୍ତ ପରି ରହିଛି ଏବଂ ସବୁଦିନ ପାଇଁ ରହିବ।
ସୂଚନାଥାଉକି, ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦେବା ପାଇଁ ଗତକାଲି ଏକ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥି ସହିତ ପୂର୍ବରୁ ବହୁ କଂଗ୍ରେସ କର୍ମୀ ରାହୁଲ ସଭାପତି ଦାୟିତ୍ୱରେ ରୁହନ୍ତୁ ବୋଲି ଦାବି କରି କେତେକ ସ୍ଥାନରେ ଦଳୀୟ କର୍ମୀମାନେ ଧାରଣାରେ ମଧ୍ୟ ବସି ରହିଛନ୍ତି ।
Comments are closed.