ବଢ଼ିବ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବଦଳିଲା ମାଟ୍ରିକ ଖାତା ମୂଲ୍ୟାୟନ ରଣନୀତି। ହାଇକୋର୍ଟଙ୍କ ନର୍ଦ୍ଦେଶ ପରେ ରଣନୀତି ବଦଳାଇଲା ଗଣଶିକ୍ଷା ବିଭାଗ। ଏଣିକି ୧୦କିଲୋମିଟର ମଧ୍ୟରେ ଖାତା ଦେଖା କେନ୍ଦ୍ର ବଢାଇବା ପାଇଁ ନିଷ୍ପତି ନିଆଯାଇଛି। ଅର୍ଥାତ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯେପରି ୧୦ କି.ମି.ରୁ ଅଧିକ ବାଟ ନଯିବେ ସେଥିପ୍ରତି ଦୃଷ୍ଟଇ ଦେବେ ସରକାର। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ ପଦକ୍ଷେପ ନେଉଛି ୧୦ କିଲୋମିଟର ଦୂରରୁ କେତେଜଣ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। କରୋନାର ସଂକ୍ରମଣ ରୋକିବାକୁ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏସବୁ ପ୍ରସ୍ତୁତି ନେଇ ଆଗାମୀ ସୋମବାର ଏକ ବୈଠକ କରାଯିବ ବୋଲି କହିଛନ୍ତି।
Comments are closed.