ସୁପର ସାଇକ୍ଲୋନର ରୂପ ନେଉଛି “ଅମ୍ପାନ୍”: ଭାରତୀୟ ପାଣିପାଗ ବିଭାଗ
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଉମ୍ପୁନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କରିଛି। ଆଜି ସଂଧ୍ୟା ୫.୩୦ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହବାତ୍ୟା ରୂପ ନେବାପରେ ଘଣ୍ଟା ପ୍ରତି ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବ ବୋଲି ଡ.ମହାପାତ୍ର ସୂଚନା ଦେଇଛନ୍ତି।
ବାତ୍ୟା ଉମ୍ପୁନ୍ର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି। ହେଲେ ବାତ୍ୟା ସମୟରେ ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବା ସମ୍ଭାବନା ଦେଖାଦେଇଛି। ଆଜି ସନ୍ଧ୍ୟା ୫.୩୦ରୁ ଏହା ଆସନ୍ତାକାଲି ସକାଳ ୫ଟା ଯାଏ ମହାବାତ୍ୟା ରୂପ ନେଇ ସମୁଦ୍ର ଉପରେ ଗତି କରିବ। ଫଳରେ ଅତି ଭୀଷଣ ଅବସ୍ଥାରେ ହିଁ ଏହା ସ୍ଥଳଭାଗକୁ ଛୁଇଁବ ବୋଲି ସୂଚନା ରହିଛି। ଓଡ଼ିଶାର ଗଞ୍ଜାମ , ପୁରୀ, ଖୋର୍ଦ୍ଧା ଉପକୂଳରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି।
Extremely Severe Cyclonic Storm ‘AMPHAN’ (pronounced as UM-PUN) over west-central & adjoining central parts of South BoB: Cyclone Warning for West Bengal and north Odisha coasts. To intensify further as SuCS. pic.twitter.com/BWnWMTXpBG
— India Meteorological Department (@Indiametdept) May 18, 2020
Comments are closed.