Odisha Link
Bridging the Missing Links in Odisha

କରୋନା: ଆଜି ୧୮ଟି ଜିଲ୍ଲାରୁ ୯୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୮୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ୬ଜଣ, ଯାଜପୁରରୁ ୬ଜଣ, ବାଲେ‌ଶ୍ବରରୁ ୪ଜଣ, ଖୋର୍ଦ୍ଧାରୁ ୯ଜଣ, ଭଦ୍ରକରୁ ୭ଜଣ, କଟକରୁ ୬ଜଣ, ପୁରୀରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ ୬ଜଣ, ନୟାଗଡ଼ରୁ ଜଣେ, ସୁନ୍ଦରଗଡ଼ରୁ ୭ଜଣ, ଦେବଗଡ଼ରୁ ୪ଜଣ, କେନ୍ଦୁଝରରୁ ଜଣେ, କଳାହାଣ୍ଡିରୁ ୫ଜଣ, ଗଜପତିରୁ ୧୦ଜଣ, ନୂଆପଡ଼ାରୁ ୪ଜଣ ଓ ଢେଙ୍କାନାଳରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ୯୬ ଜଣ ଆକ୍ରାନ୍ତ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିଲେ। ବର୍ତ୍ତମାନ ରାଜ୍ୟରେ ୧୮୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି। ୮୩୩ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.