୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ମଧ୍ୟ ରାଜ୍ୟରେ ଆଉ ୧୭୯ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏ, ଜଗତସିଂହପୁରରୁ ୪ଜଣ, କଟକରୁ ୧୫ଜଣ, ବରଗଡ଼ ଓ ମାଲକାନଗିରିରୁ ୨ଜଣ ଲେଖାଏ, ଭଦ୍ରକରୁ ୫ଜଣ, ଯାଜପୁରରୁ ୩ଜଣ, ରାୟଗଡ଼ାରୁ ୫ଜଣ, କେନ୍ଦୁଝରରୁ ୧୮ଜଣ, ଗଞ୍ଜାମରୁ ୫୭ଜଣ, କେନ୍ଦ୍ରାପଡ଼ାରୁ ୫ଜଣ ଓ ମୟୂରଭଞ୍ଜରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀର ଆଉ ୧୮ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ଥିବାବେଳେ ୨୯ଜଣ ସ୍ଥାନୀୟ ବାସନ୍ଦା ସୂଚନା ରହିଛି।
Comments are closed.