ଚର୍ଚ୍ଚାରେ ସୁନାର ମାସ୍କ, ଯାହାର ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ପୁନେ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ। ଫଳରେ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଫଳରେ ମାସ୍କ ବେପାର ବଢ଼ି ଚାଲିଛି। ଏପରରିକି ବଜାରରେ ଭଳିକି ଭଳି ମାସ୍କ ମିଳୁଛି ଏବଂ ଲୋକମାନେ ବିଭିନ୍ନ ପ୍ରକାରର ମାସ୍କ ପିନ୍ଧୁଥିବାର ଦେଖିବାକୁ ମିଳୁଛି।
କେହି କେହି ତ ନିଜ ପୋଷାକ ସହ ମ୍ୟାଚିଂ କଲାପରି ମାସ୍କ ପିନ୍ଧୁଥିବା ଦେଖାଯାଉଛି। ମାତ୍ର ପୁନେର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଅନ୍ୟମାନଙ୍କୁ ଚକିତ କରି ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ମାସ୍କ ଫଟୋ ଭାଇରାଲ ହୋଇଛି।
ଏହି ବ୍ୟକ୍ତିଙ୍କ ନାମ ଶଙ୍କର କୁହାର୍ଡ଼େ। ସେ ପିନ୍ଧିଥିବା ମାସ୍କ ସୁନାରେ ତିଆରି ଓ ଏହାର ମୂଲ୍ୟ ୨.୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମାସ୍କ ଦେଶର ସବୁଠାରୁ ମହଙ୍ଗା ମାସ୍କ ଭାବରେ ପରିଗଣିତ ହୋଇଛି। ଶଙ୍କରଙ୍କୁ କିଛି ଲୋକ ସୁନା ମଣିଷ ବୋଲି କହନ୍ତି। ସେ ସବୁବେଳେ ସୁନା ଆଭୂଷଣରେ ଆଚ୍ଛାଦିତ ହୋଇ ରହିଥାଆନ୍ତି । ସେ ପ୍ରାୟ ୩ କିଲୋ ଓଜନର ସୁନା ପିନ୍ଧି ବାହାରକୁ ବାହାରନ୍ତି। ସବୁ ଆଙ୍ଗୁଳିରେ ମୁଦି, ବେକରେ ଚେନ, ହାତରେ ବଳା ଆଉ ତାଙ୍କ ଯୋତାରେ ବି ସୁନାର ଆବରଣ ଥାଏ ମଧ୍ୟ ବୋଲି କୁହାଯାଏ।
ସୂଚନାଥାଉକି, ନିକଟରେ ଇଂଲଣ୍ଡର ମହାରାଣୀଙ୍କ କିଛି ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପିନ୍ଧିଥିବା ପୋଷାକ ରଙ୍ଗର ମାସ୍କ ଓ ଟୋପି ପିନ୍ଧିଥିବା ଦେଖାଯାଇଥିଲା।
Maharashtra: Shankar Kurade, a resident of Pimpri-Chinchwad of Pune district, has got himself a mask made of gold worth Rs 2.89 Lakhs. Says, "It's a thin mask with minute holes so that there's no difficulty in breathing. I'm not sure whether this mask will be effective." #COVID19 pic.twitter.com/JrbfI7iwS4
— ANI (@ANI) July 4, 2020
Comments are closed.