ବଡ଼ ଖବର: ରାଜ୍ୟରେ ୨୧ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୨୭ଟି ଜିଲ୍ଲାରୁ ୧୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ ଜଣ କ୍ବାରାଣ୍ଟିନ୍ ସେଣ୍ଟରର ହୋଇଥିବା ବେଳେ ୪୧୭ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ ପରି ଗଞ୍ଜାମରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋିଛନ୍ତି। ଗଞ୍ଜାମରୁ ୫୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଜି ଅନୁଗୁଳରୁ ୭, ବାଲେଶ୍ବରରୁ ୯, ବରଗଡ଼ରୁ ୨୪, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧, ବୌଦ୍ଧରୁ ୨, କଟକରୁ ୪୭, ଢେଙ୍କାନାଳରୁ ୬, ଗଜପତିରୁ ୭୪, ଜଗତସିଂହପୁରରୁ ୪, ଯାଜପୁରୁ ୧୭, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୨୫, ଖୋର୍ଦ୍ଧା ୧୩୭, କୋରାପୁଟରୁ ୨୭, ମୟୂରଭଞ୍ଜରୁ ୧୫, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୬୧, ନୂଆପଡ଼ାରୁ ୧, ପୁରୀରୁ ୨୨, ରାୟଗଡ଼ାରୁ ୮୪, ସମ୍ବଲପୁରରୁ ୨୦ ଓ ସୁନ୍ଦରଗଡ଼ରୁ ୬୦ ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି।
Comments are closed.