ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା ଦୈନକି ମଜୁରି
ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ସମସ୍ତ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ଅଣ-କୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରିରେ ବୃଦ୍ଧି ହୋଇଛି। ସରକାର ଶ୍ରମିକମାନଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତା(ଭିଡିଏ)ରେ ୫ଟଙ୍କା ୪୦ ପଇସା ବୃଦ୍ଧି ଘଟାଇଛନ୍ତି।
ଅଣ-କୁଶଳୀ ଶ୍ରମିକଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତାରେ ୫ଟଙ୍କା ୪୦ ପଇସା ବୃଦ୍ଧି ହୋଇ ୩୦୩ ଟଙ୍କା ୪୦ ପଇସା ହୋଇଛି । ପୂର୍ବରୁ ଏହା ୨୯୮ ଟଙ୍କା ରହିଥିଲା। ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୩୮ ଟଙ୍କାରୁୁ ୩୪୩ ଟଙ୍କା ୪୦ ପଇସା ଏବଂ କୁଶଳୀ ଶ୍ରମିକଙ୍କ ୩୮୮ ଟଙ୍କାରୁ ୩୯୩ ଟଙ୍କା ୪୦ ପଇସା ହୋଇଛି । ତେବେ ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୪୮ ଟଙ୍କାରୁ ୪୫୩ ଟଙ୍କା ୪୦ ପଇସାକୁ ବୃଦ୍ଧି ହୋଇଛି । ତେବେ ଏହି ସବୁ ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ଚଳିତବର୍ଷ ଏପ୍ରିଲ ପହିଲାଠାରୁ ଲାଗୁ ହେବ ବୋଲି ରାଜ୍ୟ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।
Comments are closed.