Odisha Link
Bridging the Missing Links in Odisha

କାଳିଆ ଟଙ୍କା ଫେରାଇବାକୁ ଅଯୋଗ୍ୟଙ୍କୁ ନୋଟିସ୍

ଭୁବନେଶ୍ବର: କୃଷକଙ୍କୁ ସୁବିଧା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ କାଳିଆ ଯୋଜନା। ହେଲେ ସେ ମଧ୍ୟରୁ କିଛି ଅଯୋଗ୍ୟ ହିତାଧିକାରୀ ସ୍ଥାନ ପାଇଥିଲେ। ରାଜ୍ୟରେ ଖୁବ୍ କମ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନେ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି। ଏବେ ସେମାନଙ୍କ ଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛି କୃଷି ବିଭାଗ। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପ୍ରସଙ୍ଗରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି ଯେ,କାଳିଆ ଟଙ୍କା ଫେରାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ମେସେଜ ପଠାଯାଉଛି । ଯେଉଁମାନେ ଏହି ଯୋଜନା ପାଇଁ ଅଯୋଗ୍ୟ ଓ ଟଙ୍କା ନେଇଥିଲେ, ସେମାନଙ୍କ ପାଖକୁ ମେସେଜ ଯାଉଛି। ମେସେଜ ପଠାଯିବା ପରେ ବହୁ ଅଯୋଗ୍ୟ ହିତାଧିକାରୀ ଟଙ୍କା ମଧ୍ୟ ଫେରାଇସାରିଲେଣି। ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବା ସହ ଆଗକୁ କାଳିଆ ଯୋଜନା ଚାଲୁ ରହିବ ବୋଲି ସେ କହିଛନ୍ତି ।

Comments are closed.