ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା, ହଷ୍ଟେଲ ଛାଡ଼ିବାକୁ ଛାତ୍ରମାନେ ଅରାଜି

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିଛି କରୋନା ଭୂତାଣୁ। ରେଭେନ୍ସା କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କ୍ୟାମ୍ପସ୍ ପରିସରରେଭୟର ବାତାବାରଣ ସୃଷ୍ଟି ହୋଇଛି। ଛାତ୍ରଙ୍କୁ କ୍ୟାମ୍ପସ୍ ଛାଡ଼ିବା ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ବିଶ୍ବବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ହଷ୍ଟେଲରେ ରହିଯାଇଥିବା କିଛି ଛାତ୍ରଙ୍କ ମଧ୍ୟରେ କରୋନା ଚିହ୍ନଟ ହେବା ପରେ ଦେଖା ଦେଇଛି ଭୟର ବାତାବରଣ। ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ବର୍ତ୍ତମାନ ପରିସ୍ଥିତିରେ ହଷ୍ଟେଲ ଛାଡିବାକୁ ଛାତ୍ରମାନେ ରାଜି ନାହାନ୍ତି। ସେପଟେ ବହୁ ପୂର୍ବରୁ କ୍ୟାମ୍ପସ ଖାଲି କରିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ ସୁଦ୍ଧା ଛାତ୍ରମାନେ ହଷ୍ଟେଲ ଛାଡି ନଥିବା କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି। ଏବେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆବଶ୍ୟକ ଅନୁସାରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି।
କ୍ୟାମ୍ପସ୍ ପରିସରରେ ଥିବା ନିୟୁ ପିଜି, ପିଜି ଓ ଓ୍ବେଷ୍ଟ ହଷ୍ଟେଲରେ ମିଶି ଏବେ ମୋଟ ୨୫ ଜଣ ଛାତ୍ର ଅଛନ୍ତି। ବର୍ତ୍ତମାନ ଲକ୍ଡାଉନ୍ ପରିସ୍ଥିତରେ ଛାତ୍ରମାନେ କୁଆଡ଼େ ଯିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ହଷ୍ଟେଲରେ ଥିବା ଛାତ୍ରମାନେ ଦୂରଦୂରାନ୍ତରୁ ଆସିଥିବାରୁ ଏବେ କ୍ୟାମ୍ପସ ଛଆଡିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଛାତ୍ରମାନେ ରହିଥିବା ହଷ୍ଟେଲକୁ ବିଶୋଧନ କରିବା ସହ ଛାତ୍ରମାନଙ୍କ କରୋନା ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି।
Comments are closed.