କାଲିଠୁ ବଲାଙ୍ଗିରରେ ୪ଦିନିଆ ସଟ୍ଡାଉନ୍

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନ ସ୍ଥିତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନେଇଛି କଡ଼ା ପଦକ୍ଷେପ। ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ।
ଆସନ୍ତାକାଲିଠୁ ୩ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ସଟଡାଉନ ରହିବ। ସ୍ବାସ୍ଥ୍ୟ ଓ ଜରୁରୀ ସେବାକୁ ଏଥିରୁ ବାଦ ଦିଆଯାଇଛି। ସମସ୍ତ ଔଷଧ ଦୋକାନ ସହ କ୍ଲିନିକ ଖୋଲା ରହିବ। ଜରୁରି ମାଲବାହି ଗାଡି ଚଳାଚଳ ପାଇଁ ଅନୁମତି ମିଳିଥିବା ବେଳେ ଅନ୍ୟ ଯାନବାହାନ ଚଳାଚଳ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି। ସଟଡାଉନ ସମୟରେ ସହରକୁ ସାନିଟାଇଜ କରାଯିବ। ସଟଡାଉନ ଗାଇଡଲାଇନ୍ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡା ଚେତାବନୀ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ।
Comments are closed.