Odisha Link
Bridging the Missing Links in Odisha

ରାଜ୍ୟରେ ଅଣାୟତ୍ତ କରୋନା: ୨୯ ଜିଲ୍ଲାରୁ ୧୮୩୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୧୮୩୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୫୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ୧୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଅନଲକ୍-୩ କଟକଣା ଚାଲିଥିବା ବେଳେ ଦିନକୁ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସରକାର ଚିନ୍ତାରେ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜ୍ଞାମରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳ ୯, ବାଲେଶ୍ୱର ୬୯, ବରଗଡ଼ ୮, ଭଦ୍ରକ ୫୦, ବଲାଙ୍ଗୀର ୩୭, ବୌଦ୍ଧ ୩୪, କଟକ ୧୨୪, ଢେଙ୍କାନାଳ ୪୩, , ଗଜପତି ୩୫, ଜଗତସିଂହପୁର ୧୬, ଯାଜପୁର ୬୦, ଝାରସୁଗୁଡା ୩୦, କଳାହାଣ୍ଡି ୮୪, କନ୍ଧମାଳ ୧୬, କେନ୍ଦ୍ରାପଡା ୩୪, କେନ୍ଦୁଝର ୧୬, କୋରାପୁଟ ୪୭, ମାଲକାନଗିରି ୩୬, ମୟୁରଭଞ୍ଜ ୩୪, ନବରଙ୍ଗପୁର ୧୧, ନୟାଗଡ଼ ୬୧, ନୂଆପଡା ୧, ପୁରୀ ୬୭, ରାୟଗଡା ୧୫୨, ସମ୍ବଲପୁର ୩୯, ସୋନପୁର ୩୩, ସୁନ୍ଦରଗଡ ରୁ ୧୧୦ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨,୫୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫୩୭୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୬ ହଜାର ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

Comments are closed.