ସକାଳୁ ଭୂକମ୍ପରେ ଥରିଲା ୨ ଜିଲ୍ଲା
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ରାଜ୍ୟର ୨ ଜିଲ୍ଲା। ଆଜି ସକାଳୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼ କରାଯାଇଛି। ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡିରେ , ଏହାସହ ଗଜପତିର ମୋହନା, ଅଡ଼ବା, ଆର.ଉଦୟଗିରିରେ ମଧ୍ୟ ମୃଦୁ ଭୂ-କମ୍ପ ଝଟକା ଅନୁଭବ ହୋଇଛି।
ସକାଳ ୭ଟା୧୦ରେ ଏହି ଭୂ-କମ୍ପ ହୋଇଥିବା ନେଇ ସୂଚନା ମିଳିଛି। ପ୍ରାୟ ୩ ରୁ ୪ ସେକେଣ୍ଡ ଭୂ-କମ୍ପ ଅନୁଭବ ହୋଇଥିଲା। ଭୂ-କମ୍ପ ସମୟରେ ଲୋକେ ଭୟଭୀତ ଘରୁ ବାହାରକୁ ପଳାଇ ଆସିଥିଲେ।
Comments are closed.