ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ମୋଦି ସରକାର: ରାହୁଲ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଟିକେ ମୌକା ପାଇଲେ ମୋଦି ସରକାରଙ୍କୁ କାଠଗଡ଼ାରେ ଠିଆ କରୁଛନ୍ତି ରାହୁଲ। ପୂର୍ବରୁ କରୋନା ଅବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ରାହୁଲ ଏଥର ବେରାଜଗାରୀ ପ୍ରସଙ୍ଗରେ ଘେରିଛନ୍ତି। ଯୁବ କଂଗ୍ରେସ ସ୍ଥାପନ ଦିବସରେ ଆଜି ରାହୁଲ ବେରୋଜଗାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ରାହୁଲ ନିଜର ଟୁଇଟରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ସେତେବେଳେ ଦେଶର ଯବୁକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ୨ କୋଟି ଯୁବକଙ୍କୁ ରୋଜଗାର ମିଳିବ। ପ୍ରତିବର୍ଷ ବହୁତ ବଡ଼ ସ୍ବପ୍ନ ଦେଖାଇଲେ। ହେଲେ ସତକଥା ହେଉଛି ମୋଦୀଙ୍କ ନୀତି ପାଇଁ ଦେଶରେ ବର୍ତ୍ତମାନ ୧୪ କୋଟି ଲୋକ ବେରୋଜଗାର ହୋଇ ଯାଇଛନ୍ତି।
देश के युवाओं के मन की बात:
रोज़गार दो, मोदी सरकार!आप भी अपनी आवाज़ युवा कॉंग्रेस के #RozgarDo के साथ जोड़कर, सरकार को नींद से जगाइये।
ये देश के भविष्य का सवाल है। pic.twitter.com/zOt6ng2T0M
— Rahul Gandhi (@RahulGandhi) August 9, 2020
ରାହୁଲ ଆହୁରି କହିଛନ୍ତି ଯେ, ଏଭଳି ସ୍ଥିତି କେବଳ ମୋଦୀଙ୍କ ଭୁଲ ନୀତି ଯୋଗୁଁ ଉପୁଜିଛି। ନୋଟବନ୍ଦୀ, ଜିଏସ୍ଟି ଓ ଲକ୍ଡାଉନ୍ ନିଷ୍ପତ୍ତି ପାଇଁ ଦେଶର ଇକୋନୋମି ଷ୍ଟ୍ରକ୍ଚର ବିଗିଡ଼ି ଯାଇଛି ବୋଲି ରାହୁଲ କହିଛନ୍ତି। ସତକଥା ହେଉଛି ଦେଶରେ ଏବେ ଏଭଳି ସ୍ଥିତି ଉପୁଜିଛି ଯେ, ଦେଶର ଯୁବକ ମାନଙ୍କୁ ନିଯୁ୍କ୍ତି ଯୋଗାଇବାରେ ବିଫଳ ସରକାର। ଏଥିପାଇଁ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଉଛି ବୋଲି ରାହୁଲ କହିଛନ୍ତି।
Comments are closed.