ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍ଓ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍ଓଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍ଓଙ୍କ ଆଲୋକ ରଞ୍ଜନ ହୋତା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ବାଲୁଗାଁସ୍ଥିତ ଅଫିସ ,ସରକାରୀ ବାସଭବନ ସମେତ ଖଣ୍ଡଗିରି ଡୁମଡୁମାଠାରେ ଥିବା ଘର, ଚନ୍ଦ୍ରଶେଖର ସ୍ଥିତ ୩ ମହଲା ଘର , ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର, ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢାଉ ହୋଇଛି। ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଛି ।
Comments are closed.