କରୋନା କଟକଣାରେ ହେବ ସ୍ବାଧୀନତା ଦିବସ, ଗାଇଡଲାଇନ୍ ଜାରି

ଭୁବନେଶ୍ବର: ଅଗଷ୍ଟ ୧୫ ତାରିଖରେ ସଗମ୍ର ଦେଶ ପାଲନ କରିବ ସ୍ବାଧୀନତା ଦିବସ। କରୋନା କାଳରେ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଚିଠି ଲେଖିଛି ଗୃହ ବିଭାଗ।
ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ। କୌଣସି ପରେଡ କିମ୍ବା ମାର୍ଚପୋଷ୍ଟ ହେବ ନାହିଁ। ଅଳ୍ପସଂଖ୍ୟକ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। କାର୍ଯ୍ୟକର୍ମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଗାିଡଲାଇନରେ ଉଲ୍ଲେଖ କରାଯାଇଛି। ସର୍ବାଧିକ ୫୦ରୁ ୭୫ ଜଣ ଅତିଥି ଭାଗ ନେଇପାରିବେ। ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବେ। କୋଭିଡ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ, ସାମାଜିକ ଦୂରତା ଭଳି ନିୟମ କଡାକଡି ପାଳନ ହେବ।
Comments are closed.