ରାଜ୍ୟରେ ୩୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ କରୋନ ସଂକ୍ରମଣରେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାର କରିଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୁତ୍ୟୁ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ୨ ମୃତକ ୫୭ ବର୍ଷୀୟ ପୁରୁଷ। ଗଞ୍ଜାମର ଅନ୍ୟ ୨ ମୃତକ ୪୮ଓ ୭୪ ବର୍ଷୀୟ ମହିଳା। ରାୟଗଡ଼ା ଜିଲ୍ଲାର ୨ ମୃତକ ୬୫ ବର୍ଷୀୟ ପୁରୁଷ। ବାଲେଶ୍ବରର ୩୮, ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ ମୃତକ ଜଣକ ହେଲେ ୪୪ ବର୍ଷୀୟ ମହିଳା। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି। ଦେଖିବାକୁ ଗଲେ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୪୪ କୁ ବୃଦ୍ଧି ପାଇଛି।
Comments are closed.