ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ କରୋନା ପଜିଟିଭ ଚିହ୍ନଟ

ଓଏଲ୍ ବ୍ୟୁରୋ: ରାମଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରମୁଖ ମହନ୍ତ ନୃତ୍ୟ ଗୋପାଳ ଦାଶ କରୋନା ପଜିଟିଭ ଚିହ୍ନଟ। ମହନ୍ତ ଶ୍ରୀ ଦାଶ ଅସୁସ୍ଥତା ଅନୁଭବ କରିଥିବା ହେତୁ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଏବେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା ନୋଡାଲ ଅଧିକାରୀ ଭୁଦେବ ସିଂହ ସୂଚନା ଦେଇଛନ୍ତି।
CM has taken details of the health status on Mahant Nitya Gopaldas (in file pic) who has tested COVID19 positive. He has spoken to DM Mathura and to Dr Trehan of Medanta and requested for immediate medical attention for him at the hospital: Chief Ministers' Office pic.twitter.com/w3T8LN9Afz
— ANI UP (@ANINewsUP) August 13, 2020
ମହନ୍ତଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କ ଚିନ୍ତା ବଢ଼ିଛି। ସୂଚନାଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ରାମ ଜନ୍ମଭୂମି ଭୂମି ପୂଜନ ସମାରୋହରେ ରାମଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରମୁଖ ମହନ୍ତ ନୃତ୍ୟ ଗୋପାଳ ଦାଶ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ ମଞ୍ଚରେ ମଧ୍ୟ ଉପସ୍ଥିତ ଥିଲେ। ଯାହାକୁ ନେଇ ଚିନ୍ତା ବଢ଼ିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିଏମ ସର୍ଭାଗନ୍ ରାମ ମିଶ୍ରଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ କହିଛନ୍ତି।
Comments are closed.