୪ ଚୋରଙ୍କୁ ଧରି ଗଛରେ ବାନ୍ଧିଲେ ଗ୍ରାମବାସୀ
କେନ୍ଦ୍ରାପଡା : ସଦର ଥାନା ଅନ୍ତର୍ଗତ ନିଳିକଣା ଗାଁ ଲୋକେ ୪ ଜଣ ଚୋରଙ୍କୁ ଧରି ଗଛରେ ବନ୍ଧି ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହି ୪ ଜଣିଆ ଗ୍ୟାଙ୍ଗ ଗତ କିଛି ଦିନ ହେଲା ଗ୍ରାମବାସୀଙ୍କ ନିଦ ହଜାଇ ଦେଇଥିଲେ । ଗ୍ରାମରୁ ହେଉଥିବା ଲଗାତାର ଚୋରି ନେଇ ଲୋକେ ପୋଲିସର ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଟେର ପାଉନଥିଲା ପେଲିସ୍।
ଗାଁରୁ ଚୋରି କରି ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଗ୍ରାମବାସୀ ୨ ଜଣ ଚୋରଙ୍କୁ ଧରି ପକାଇଥିଲେ । ଏହା ପରେ ସେମାନଙ୍କୁ ନିକଟସ୍ଥ ଏକ ବରଗଛରେ ବାନ୍ଧି ଲୋକେ ମରାପିଟା କରିବା ପରେ ସେମାନେ ଆଉ ୨ ଜଣଙ୍କ ନାମ କହିଥିଲେ।
ମିଳିଥିବା ସୂଚନା ଅନୁସାରେ ଲୋକେ ସେମାନଙ୍କୁ ଧରି ଆଣି ପୂର୍ବରୁ ବନ୍ଧା ହୋଇଥିବା ୨ ଚୋରଙ୍କ ସହ ବାନ୍ଧି ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହି ୪ ଜଣିଆ ଗ୍ୟାଙ୍ଗ୍ ଅଞ୍ଚଳରେ ବାରମ୍ବାର ଚୋରି କରୁଥିଲେ। ସେମାନେ ସୁବିଧା ସୁଯୋଗ ଦେଖି ଲୋକଙ୍କ ଘରେ ପଶି ଟଙ୍କା, ମୋବାଇଲ, ସାଇକେଲ, ସୁନା ଗହଣା ଓ ଗାଡି ଆଦି ଚୋରି କରି ନେଇ ଯାଉଥିଲେ। ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ପୋଲିସରେ ଲୋକେ ଅଭିଯୋଗ କରୁଥିଲେ ବି ଚୋରଙ୍କୁ ଧରିବାରେ ପୋଲିସ ଅସଫଳ ହେଉଥିଲା।
Comments are closed.