ମାଲକାନଗିରିରେ ଲଗାଣ ବର୍ଷା, ଯୋଗାଯୋଗ ବିଚ୍ଛିନ୍ନ
![](https://www.odishalink.com/wp-content/uploads/2019/07/mkl-flood.png)
ମାଲକାନଗିରି: ମାଲକାନଗିରିରେ ୭ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢି ବିଭିନ୍ନ ପୋଲ ଉପରେ ୪ରୁ୫ ଫୁଟ ପାଣି ପ୍ରବାହିତ ହେଉଛି। ଜିଲ୍ଲାର କାଙ୍କୁରୁକୋଣ୍ଡା, ଏମ.ଭି ୯୬, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ ରୁ ୫ ଫୁଟ ପାଣି ପ୍ରବାହିତ ହେଉଛି। ଏମଭି ୯୬, ଏମଭି ୯୦, କନ୍ୟାଶ୍ରମ, କାଙ୍ଗୁରକୋଣ୍ଡା ଓ ପୋଟେରୁ ପୋଲ ଉପରେ ୩-୪ ଫୁଟର ପାଣି ଚାଲୁଛି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ଓ ରାଜ୍ୟ ରାଜପଥର ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ଘର ଦ୍ୱାର ଭାଙ୍ଗିବା ସହ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଅନେକ ଗାଁ ଗଣ୍ଡାରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି। ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି। ମାଲକାନଗିରି-କୋରାପୁଟ ମୁଖ୍ୟରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାଙ୍ଗାମ ପୂର୍ବରୁ ଥିବା ସଲପଦର କଲଭର୍ଟ ଉପରେ ମଧ୍ୟ ବିପଦ ସଂକୁଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।
Comments are closed.