ଗଣବଳାତ୍କାର ପରେ ନାବାଳିକାଙ୍କୁ ନିର୍ମମ ଭାବେ ହତ୍ୟା
![](https://www.odishalink.com/wp-content/uploads/2020/02/rape-minor.jpg)
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଗଣବଳାତ୍କାର ପରେ ଦୁର୍ବୃତ୍ତମାନେ ନୃସଂଶତାର ସବୁ ସୀମା ଟପି ନାବଳିକାଙ୍କ ୨ଟି ଆଖି ନଷ୍ଟ କରିଦେବା ସହ ନାବାଳିକାର ତଣ୍ଟିରେ ପଟା ପକାଇ ଘୋଷାରି ଥିବା ସହ ଜିଭକୁ ବି କାଟି ଦେଇଛନ୍ତି। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ଦୁର୍ବୃତ୍ତମାନଙ୍କର ନୃସଂଶତା ସାମ୍ନାକୁ ଆସିଛି।
ପୁଲିସ ସୂଚନା ମତାବକ, ଗତ ୧୪ ତାରିଖ ଅପରାହ୍ନରେ ଦଳିତ ସମ୍ପ୍ରଦାୟର ଏହି ନାବାଳିକା ଛାତ୍ରୀ ଜଣକ ଶୌଚ ହେବା ପାଇଁ ନିଜ ଘରୁ ପାଖରେ ଥିବା ଏକ ଆଖୁ କ୍ଷେତ ନିକଟକୁ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ଫଳରେ ପରିବାର ଲୋକେ ଖୋଜାଖୋଜି କରିବା ସହ ସ୍ଥାନୀୟ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ କରିଥିଲେ। ପରେ ଆଖୁ କ୍ଷେତ ନିକଟରୁ ତାଙ୍କର ମୃତଦେହ ମିଳିଥିଲା। ନାବାଳିକାଙ୍କ ତଣ୍ଟିରେ ଏକ ପଟା ବନ୍ଧାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କ ଜିଭ କାଟିଦେଇଥିଲେ। ୨ଟି ଆଖିକୁ ବି ନଷ୍ଟ କରିଦେଇଥିଲେ।
ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ସେମାନେ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲେ ସେତେବେଳେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଗଲେ। ଜଗଦୀଶ, ସନ୍ତୋଷ ଏବଂ ସଞ୍ଜୟ ନାମକ ୩ ଯୁବକ ନାବାଳିକାଙ୍କ ସହିତ ଏପରି ଘୃଣ୍ୟ କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
Comments are closed.