ଗଞ୍ଜାମରେ ହେବନି ଗଣେଶ ପୂଜା
ଗଞ୍ଜାମ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଞ୍ଜାମରେ ହେବନି ଗଣେଶ ପୂଜା। ପୂଜା ଉପରେ ରୋକ ଲାଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏନେଇ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହ କରୋନା ସଂକ୍ରମଣ ରୋକିବାକୁ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ। ଏଥିସହ ସାମାଜିକ ଦୂରତ୍ବ ରକ୍ଷା କରିବା ସହ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଗଞ୍ଜାମର ସମସ୍ତ ଦୋକାନୀ କୋଭିଡ୍ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
Ganesh Puja celebrations will be not allowed in keeping view of COVID situations. Pl cooperate & don’t leave home unless there is emergency work. Ur cooperation is important to ensure social distancing & to stop further infection. All shopkeeper has to follow PANCHSUTRA strictly
— Collector & District Magistrate, Ganjam (@Ganjam_Admin) August 18, 2020
କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ଟୁଇନ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଛନ୍ତି କମିସନରେଟ୍ ପୁଲିସ।
Comments are closed.