ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ମାର୍ଥାପୁର ଗ୍ରାମ ମଝିରେ ଥିବା ରାମିଆଳ ନଦୀ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ରାମିଆଳ ନଦୀରେ ବନ୍ୟା ପାଣି ମାଡି ଆସିଥିଲା।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଏକ ମୃତଦେହ ମାର୍ଥାପୁର ଓ ଯମୁନାକୋଟ ଗ୍ରାମ ନିକଟରେ ଥିବା ରାମିଆଳ ନଦୀ ବ୍ରିଜ ନିକଟ ନଦୀ କୂଳରେ ଭାସୁଥିବାର ଦେଖି ଲୋକେ ପୋଲିସ ଓ ଭୁବନ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭୁବନ ପୋଲିସ ଏବଂ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚିଛିଥିଲେ। ନଦୀରୁ ପାଣି ସ୍ତର କମିଥିବାରୁ ମୃତଦେହଟି କୁଳରେ ପଡିରହିଛି।
Comments are closed.