କରୋନା ଟେଷ୍ଟରେ ଓଡ଼ିଶା ଦ୍ବିତୀୟ
![](https://www.odishalink.com/wp-content/uploads/2020/05/corona-test.jpeg)
ଭୁବନେଶ୍ବର: ରେକର୍ଡ ସଂଖ୍ୟକ କରୋନା ଟେଷ୍ଟରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନା ମୁତାବକ ଏକ ନିୟୁତ ଲୋକସଂଖ୍ୟାରେ ଓଡିଶାରେ ୧୨୬୫ ଜଣଙ୍କ ଟେଷ୍ଟ କରାଯାଉଛି। ବଡ ବଡ଼ ରାଜ୍ୟ ତୁଳନାରେ ଓଡିଶାରେ ହୋଇଛି ଅଧିକ ନମୂନା ପରୀକ୍ଷା ଆଗରେ ରହିଛି। ନମୂନା ପରୀକ୍ଷାରେ ଅନ୍ୟ ରାଜ୍ୟ ପାଇଁ ଓଡିଶା ରୋଲ ମଡେଲ ସାଜିଛି। ଓଡିଶାରେ ଏବେ ପ୍ରତିଦିନ ୫୦ ହଜାର ଟେଷ୍ଟ କରାଯାଉଛି।
ନୂମନା ପରୀକ୍ଷାରେ ଗୋଆ ପ୍ରଥମ, ଦ୍ୱିତୀୟରେ ଓଡିଶାରେ ଥିବା ବେଳେ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ଅନ୍ୟପଟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ କହୁଛି ଯେ କୋଭି଼ଡ୍ ପଜିଟିଭ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରଥମ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଦୈନିକ ପାଖାପାଖି ୫୦ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଯଥେଷ୍ଟ କମ୍ ସଂଖ୍ୟକ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ କରାଯାଉଛି। ଜାତୀୟ ହାର ଏ କ୍ଷେତ୍ରରେ ୮.୬୯% ଥିବା ବେଳେ ଓଡ଼ିଶା ୬% ରହିଛି। ଅର୍ଥାତ୍ ଜାତୀୟସ୍ତରରେ ପ୍ରତି ଶହେ ଜଣରେ ୮.୬୯ ଜଣ ସଂକ୍ରମିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୬ ରହିଛି। ତାମିଲନାଡ଼ୁ (୮.୨୦%), କେରଳ (୭.୮୦%), ବିହାର (୭.୧୦%), ଆସାମ (୬.୫ ୦%)ଓ ଗୁଜୁରାଟ (୬.୪୦%)ଠାରୁ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ଓଡ଼ିଶା ଉପରେ ଉତ୍ତରପ୍ରଦେଶ (୪.୬୦%) , ମଧ୍ୟପ୍ରଦେଶ (୪.୬୦%), ପଞ୍ଜାବ (୪.୧୦%), ରାଜସ୍ଥାନ (୪.୦୦%) ପ୍ରମୁଖ ଅଛନ୍ତି।
Comments are closed.