Odisha Link
Bridging the Missing Links in Odisha

ଦୂତୀ ଚାନ୍ଦଙ୍କ ସମେତ ୨୭ ଜଣ ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ବର :

ଦୂତୀ ଚାନ୍ଦଙ୍କ ସହ ୨୭ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର। କ୍ରିକେଟର ଇଶାନ୍ତ ଶର୍ମା ଓ ତୀରନ୍ଦାଜ ଅତନୁ ଦାସଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଉତ୍କୃଷ୍ଟ କୋଚିଂ ପାଇଁ ୮ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ। ୧୫ କ୍ରୀଡ଼ାବିତ୍‌ ଧ୍ୟାନଚାନ୍ଦ ପୁରସ୍କାର ପାଇବାକୁ ବି ମନୋନୀତ ହୋଇଛନ୍ତି।

୫ କ୍ରୀଡ଼ାବିତ ପାଇବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବେ । ସେହିପରି କ୍ରିକେଟର ରୋହିତ ଶର୍ମା ପାଇବେ ଖେଳରତ୍ନ ପୁରସ୍କାର। ପାରା ଆଥଲେଟ ମାରିୟାପ୍ପାନ, ଟିଟି ଖେଳଳି ମନିକା ବାତ୍ରାଙ୍କୁ ଖେଳ ରତ୍ନ। କୁସ୍ତି ଯୋଦ୍ଧା ଭିନେଶ ଫୋଗଟ, ହକି ଖେଳାଳି ରାଣୀଙ୍କୁ ଖେଳ ରତ୍ନ ପାଇବେ।

ସେହିପରି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଖେଳାଳିମାନେ ହେଲେ ଅତନୁ ଦାସ (ତୀରନ୍ଦାଜ), ଦୁତି ଚାନ୍ଦ(ଆଥଲେଟିକ୍ସ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ ( ବାସ୍କେଟବଲ), ସୁବେଦାର ମାନିସ କୌଶିକ (ବକ୍ସିଂ), ଲୋଭିନା ବରଗୋହେନ( ବକ୍ସିଂ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ଵନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସଂଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ଅକାଶଦୀପ ସିଂ ଓ ଦିପିକା (ହକି), ଦିପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଦିଭିଜ ସରନ (ଟେନିସ), ସିୟା କେଶବନ ( ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ), ମନୀଷ ନରଓ୍ଵାଲ ( ପାରା ସୁଟିଂ) ।

Comments are closed.