ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡ଼ିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି । ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି
ଧର୍ମେନ୍ଦ୍ର ପ୍ରଧାନ।
ମହାକାଶ କ୍ଷେତ୍ରରେ ମୋଦି ସରକାରଙ୍କ ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ମାର୍ଗରେ ଆଗକୁ ବଢୁଛନ୍ତି । ଭାରତର ମହାକାଶ କ୍ଷେତ୍ରରେ ଉଦାରୀକରଣ ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଦେଶର ବିକାଶରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବଡ଼ ଭୂମିକା ଗ୍ରହଣ କରିବ। ଶ୍ରୀ ପ୍ରଧାନ କହିଛନ୍ତି ନୂଆ ମହାକାଶ ବୋର୍ଡ ଇଣ୍ଡିଆନ ନ୍ୟାସନାଲ ସ୍ପେଶ୍ ପ୍ରମୋଶନ ଆଣ୍ଡ୍ ଅଥୋରାଇଜେସନ(ଆଇଏନ୍-ସ୍ପେଶ)ର ପ୍ରତିଷ୍ଠା ମହାକାଶ ବିଶେଷ ଭାବରେ ମହାକାଶ ପ୍ରଯୁକ୍ତିବିଦ୍ୟାର ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ନବସୃଜନ, ଅଭିବୃଦ୍ଧି ଏବଂ ଭାରତକୁ ଆଞଗନିର୍ଭର କରିବାରେ ସାହାଯ୍ୟ କରିବ ।
Comments are closed.