ଭାଷା ଅନୁବାଦ କରିବ ମାସ୍କ

ବିଶ୍ବକୁ ଘାରିଛି କରୋନା ଭୟ। ଏଥିରୁ ରକ୍ଷା ପାଇବା ପାଇଁ ସରକାର ନୂଆ ନୂଆ ନିୟମ କରୁଥିବା ବେଳେ କେତେବେଳେ ସଡ୍ ଡାଉନ୍ ତ ପୁଣି କେତେବେଳେ କରାଯାଉଛି ଲକ୍ ଡାଉନ୍ । ଏହା ଛଡା ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଉଥିବା ବେଳେ ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଉଛି ।ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ବଜାରରେ ଉପଲବ୍ଧ ହେଉଛି ଅନେକ ପ୍ରକାର ମାସ୍କ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ମାସ୍କ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ଏପରି ଏକ ମାସ୍କ ଯାହା ଭାଷା ଅନୁବାଦ କରିବାକୁ ସମର୍ଥ ହୋଇଛି ।
ଏହି ମାସ୍କକୁ ପ୍ରସ୍ତୁତ କରିଛି ଜାପନର ଏକ ଟେକ୍ କମ୍ଫାନୀ । ଯାହା ଦୁଇ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ୟୁଜରଙ୍କ ଜୀବନକୁ ଅଧିକ ସହଜ କରିବ। ଡୋନଟ୍ ରୋବୋଟିକ୍ସ ନାମକ କମ୍ଫାନୀ ଏହି ମାସ୍କ ପ୍ରସ୍ତୁତି କରିଛି, ଯାହା ଭାଷାଗୁଡ଼ିକର ଅନୁବାଦ କରିବାରେ ସକ୍ଷମ ହେବ। ଏହାର ନାମ ସି-ଫେସ ସ୍ମାର୍ଟ ମାସ୍କ ବୋଲି ରଖା ଯାଇଛି। ଏହା ବାର୍ତ୍ତା ପ୍ରସାର ସହିତ ଜାପାନୀ ଭାଷାକୁ ଅନ୍ୟ ୮ ଭାଷାରେ ଅନୁବାଦ କରିପାରେ।। ସ୍ମାର୍ଟଫୋନ୍ ଆପ୍ ସହିତ ସଂଯୁକ୍ତ ହେବା ପାଇଁ ମାସ୍କଟି ବ୍ଲୁଟୁଥ୍ ଟେକ୍ନୋଲୋଜି ବ୍ୟବହାର କରେ, ଯାହା ପାଠ ଓ କଲରେ ଭାଷାର ଅନୁବାଦ କରେ। ଏହା ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କର ସ୍ବରକୁ ଏହି ଆପ୍ ବଢ଼ାଇ ପାରେ ଏବଂ ୧୦ ମିଟର ଦୂରତା ପର୍ଯ୍ୟନ୍ତ ଡିଭାଇସ୍ ସହ ସଂଯୁକ୍ତ ହୋଇପାରେ। ଡୋନଟ୍ ରୋବୋଟିକ୍ସର ଇଞ୍ଜିନିୟରମାନେ କରୋନା ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ବାଢ଼ାଇବା ପାଇଁ ନୂଆ ଉତ୍ପାଦ ଉପରେ ଗବେଷଣା କରିବାବେଳେ ଏହି ଫେସ୍ ମାସ୍କ ବିଷୟରେ ବିଚାର କଲେ।
ଏନେଇ କମ୍ଫାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଇସୁକେ ଓନୋ କହିନ୍ତି ଯେ, ଦୀର୍ଘ ବର୍ଷ ଧରି ଆମେ ଏକ ରୋବୋ ନିର୍ମାଣ କ୍ଷେତ୍ରରେ କାମ କରିଛୁ। ବର୍ତ୍ତମାନର କରୋନା ସଙ୍କଟରେ ସେହି ଟୋକ୍ନୋଲୋଜିକୁ ମାସ୍କ ଉପରେ ପ୍ରୟୋଗ କଲୁ। ଏହି ମାସ୍କ ଓ ଆପ୍ ଖୁବ୍ ସାହାର୍ଯ୍ୟକାରୀ। ଆସନ୍ତା ବର୍ଷ ଆରମ୍ଭରୁ ମାସ୍କଟି ବାଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ପ୍ରାୟ ୪୦ ଡାଲାର ରହିବ।
Comments are closed.