ଓଲଟିଲା ତୀର୍ଥଯାତ୍ରୀ ବସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିମୁଳିଆ ଥାନା ନିକଟରେ ନୟନ ଜୁରୀରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କର ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସରେ ପ୍ରାୟ ୫୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି।
Comments are closed.