ଧର୍ମେନ୍ଦ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ବିବାଦରୁ ପ୍ରାୟ ଦୂରରେ ଥିବା ଓଡ଼ିଶାର ବିଜେପି ନେତା ତଥା କେନ୍ଦ୍ର ତୈଳ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆଇନଜୀବୀ ଓ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ। ଧର୍ମେନ୍ଦ୍ର ବ୍ୟକ୍ତିଗତ ସ୍ବାର୍ଥରେ ରାଷ୍ଟ୍ରାୟତ ଉଦ୍ୟୋଗ (PSU) ଅର୍ଥ ଖର୍ଚ୍ଚ କରୁଥିବା ଦର୍ଶାଇଛନ୍ତି ପ୍ରଶାନ୍ତ ଭୂଷଣ। ଏ ନେଇ ହାଇ କୋର୍ଟ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି କୌଣସି ତଦନ୍ତ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏ ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୁରକ୍ଷା ମିଳୁଛି କି ବୋଲି ପ୍ରଶାନ୍ତ ପ୍ରଶନ୍ତ କରିଛନ୍ତି।
ନିଜ ଟ୍ବିଟର୍ ଆକାଉଣ୍ଟରେ ପ୍ରଶାନ୍ତ ଏକ ଫୋନ୍ ବିଲ୍ ସମ୍ବନ୍ଧୀୟ କିଛି ନଥି ଛାଡ଼ିବା ସହ ଉପରୋକ୍ତ ଆରୋପ ବାବଦରେ ଉଲ୍ଲେଖ କରିଛନ୍ତି। ତେବେ ଏହି ବିଲ୍ ପୂର୍ବ ସରକାରରେ ଶ୍ରୀ ପ୍ରଧାନ ତୈଳମନ୍ତ୍ରୀ ଥିବା ସମୟର। ରାଷ୍ଟ୍ରାୟତ ଉଦ୍ୟୋଗରୁ ୬୮,୪୪୨ ଟଙ୍କା ମନ୍ତ୍ରୀଙ୍କ ବ୍ୟକ୍ତିଗତ ଫୋନ୍ କଲ୍ ପାଇଁ ଖର୍ଚ୍ଚ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ।
ଦୁଇଟି ଫୋନ୍ ବିଲ୍ ରାଷ୍ଟ୍ରାୟତ ଉଦ୍ୟୋଗ ପେଟ୍ରୋନେଟ୍ ଏଲ୍ଏନ୍ଜି ଲିମିଟେଡ୍ ନମରେ ଆସିଛି। ଏଥିରେ ଥିବା ଫୋନ୍ ନମ୍ବର ୯୭୧୮୫୨୧୨୧୫ଟି କେନ୍ଦ୍ରମନ୍ତ୍ରୀଙ୍କ କନ୍ୟା ନୈମିଷା ପ୍ରଧାନଙ୍କ ନାମରେ ରହିଛି। ୩୦ ଅଗଷ୍ଟ ୨୦୧୭ରେ ଏହି ବିଲ୍ ପ୍ରସ୍ତୁତ ହୋଇଥିବା ବେଳେ ୧୬ରୁ ୨୫ ଅଗଷ୍ଟ ମାତ୍ର ୯ ଦିନର ବିଦେଶ ଗସ୍ତ ସମୟରେ ଫୋନ୍ ବ୍ୟବହାର ହୋଇଛି ବୋଲି ସେବା ପ୍ରଦାନକାରୀ ସଂସ୍ଥା ମାଟ୍ରିକ୍ସ ପକ୍ଷରୁ ବିଲ୍ରେ ଉଲ୍ଲେଖ ରହିଛି। ପେଟ୍ରୋନେଟ୍ ଏଲ୍ଏନ୍ଜି ଲିମିଟେଡର ରାଜୀବ ପାଠକଙ୍କ ନାମରେ ଆସିଥିବା ଏହି ବିଲ୍ ଦ୍ବୟରେ ବ୍ୟବହାର ଦେୟ ଯଥାକ୍ରମେ ୬୨,୯୨୮.୫୬ ଟଙ୍କା ଓ ୫,୪୯୫.୭୭ ଟଙ୍କା ରହିଛି। ମୋଟ ୬୮,୪୨୪.୩୩ ଟଙ୍କାର ଏହି ବିଲ୍ ଦ୍ବୟକୁ ୧୨ ଫେବ୍ରୁଆରୀ ୨୦୧୮ରେ ପେଟ୍ରୋନେଟ୍ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି। ୧୯ ଫେବ୍ରୁଆରୀ ୨୦୧୮ରେ ଏହି ଦେୟ ପ୍ରଦାନ ପାଇଁ ଅନୁମୋଦନ ମିଳିଛି।
A sample of how PSU Petronet is being looted for personal exp of daughter of MOPNG Dharmendra Pradhan. >68K paid for her International calls. MD&CEO Prabhat Singh approved it.HC ordered a CVC inquiry into his abuse of office. But no inquiry yet. Does he have @PMOIndia protection? pic.twitter.com/19W4hDNJXj
— Prashant Bhushan (@pbhushan1) August 29, 2020
ପ୍ରଶାନ୍ତଙ୍କ ଏଭଳି ତଥ୍ୟଭିତ୍ତିକ ଅଭିଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
Comments are closed.