Odisha Link
Bridging the Missing Links in Odisha

୨୦୦ ଟଙ୍କା ପାଇଁ ଦୁଇ ଭାଇଙ୍କ ମୃତ୍ୟୁ

ଯାଜପୁର: ମାତ୍ର ୨ଶହ ଟଙ୍କା ପାଇଁ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାର ସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ପରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ଶହ ଟଙ୍କାକୁ ନେଇ ଟାଙ୍ଗିଆରେ ହଣା ହଣି ହୋଇ ୨ ଭାଇ ନଣ୍ଡା ମାଙ୍କେଡିଆ (୫୦) ଓ ରସି ମାଙ୍କେଡିଆ (୪୬) ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ସବୁଦିନ ପରି ଗତକାଲି ସକାଳୁ ଦୁଇ ଭାଇ କାମ କରିବାକୁ ଯାଇଥିଲେ। ପରେ ମାଲିକ ମଜୁରୀ ଟଙ୍କା ଦେବା ବେଳେ ଖୁଚୁରା ନଥିବାରୁ ବଡ଼ଭାଇ ପାଇବାକୁ ଥିବା ଅବଶିଷ୍ଟ ୨ଶହ ଟଙ୍କା ପ୍ରାପ୍ୟକୁ ସାନଭାଇକୁ ଦେଇଥିଲେ। ପରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ବଡ଼ଭାଇ ସାନ ଭାଇକୁ ଟଙ୍କା ମାଗିଥିଲେ। ହେଲେ ସାନ ଭାଇ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଟଙ୍କା ଦେବାକୁ ମନା କରିଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

ସାନଭାଇ ହଠାତ୍‌ ଘରୁ ଏକ ଟାଙ୍ଗିଆ ଆଣି ବଡଭାଇ ଉପରେ ଆକ୍ରମଣ କରିଥିଲା ଏବଂ ବଡଭାଇ ସାନଭାଇ ଉପରେ ଆକ୍ରମଣ କରିଥିଲା।ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ବଡଭାଇକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ସମୟରେ ସାନଭାଇ ମୃତ୍ୟୁ ହୋଇଯାଇଥିଲା

Comments are closed.