ବିପୁଳ ପରିମାଣର ଦେଶୀମଦ ଜବତ, ୧୦ ଗିରଫ
ପାଟଣା: ବିପୁଳ ପରିମାଣର ଦେଶୀମଦ ଜବତ। କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ୧୦ଜଣଙ୍କୁ ଗିରଫ କରିଛି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଗିରଫ ବ୍ୟକ୍ତି ହେଲେ ଟାଙ୍ଗରରପଡା ଗାଁ ସୁନା ନାଏକ, କେନ୍ଦୁଆପଡା ଗାଁର ବ୍ରହ୍ମାନନ୍ଦ ମହାନ୍ତ, ନୂଆପଡା ଗାଁର କ୍ଷୀରୋଦ ମହାନ୍ତ ଓ ଗୌରୀଶଙ୍କର ମହାନ୍ତ, ଶଙ୍ଖୁଆ ଗାଁର ଦେଓଲା ଟୁଡୁ ଓ ପରେଶ କୁମାର ମାଝୀ, ଜାରକିନାଳି ଗାଁର ପାନ ମାଝୀ, ଚୁନୁ ସାହିର ଗଙ୍ଗା ମାଝୀ , ବାଇଧର ମାଝୀ ଏବଂ କେନ୍ଦେଇପଶି ଗାଁର ଶରତ ସେଠୀ । ଶରତଙ୍କ ନିକଟରୁ ଏକ ଗାଡି ଜବତ କରାଯାଇଛି। ବେଆଇନ ମଦ ବିକ୍ରି ଅଭିଯୋଗରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଅଞ୍ଚଳରେ ବ୍ୟାପକ ପରିମାଣର ଦେଶୀମଦ ପ୍ରସ୍ତୁତ ହେଉଛି ବୋଲି ଅବକାରୀ ବିଭାଗକୁ ଖବର ମିଳିଥିଲା ଏହାପରେ ଅବକାରୀ ବିଭାଗ ଏକ ଟିମ୍ ପ୍ରସ୍ତୁତ କରି ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏହି ଚଢାଉରେ ବିପୁଳ ପରିମାଣର ଦେଶୀମଦ ସହ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଛି ଏବଂ ମହୁଲି ପୋଚ ନଷ୍ଟ କରାଯାଇଛି।
Comments are closed.