ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତଙ୍କୁ କରୋନା

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ପୂର୍ବରୁ ଅନେକ ରାଜନୈତିକ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ବେଳେ ପୁଣି ଜଣେ ବିଧାୟକ କରୋନା ପଜିଟିଭ ହୋଇଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ କରୋନା ହୋଇଥିବା ଜଣାଯାଇଛି। ଏନେଇ ସେ ନିଜେ ଟୁଇଟ କରି ଜଣାଇଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ତାଙ୍କ ସହିତ ମିଶିଥିବା ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।
Comments are closed.