କୋର୍ଟକୁ ଗଲେ ବର୍ଷା: ଅନୁଭବଙ୍କୁ ଦେବେ ଛାଡ଼ପତ୍ର
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ହିଟ୍ ଯୋଡ଼ି ବର୍ଷା ଅନୁଭବଙ୍କୁ ସଂପର୍କରେ ଫାଟ। ଅଭିଯୋଗ ଆଣିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଏସ୍ଡିଜେଏମ୍ କଟକ ସଦର ଅଦାଲତରେ ଏନେଇ ଅଭିଯୋଗ କରିଛନ୍ତି ବର୍ଷା।
ଅଭିଯୋଗ ମୁତାବକ ନିଜର ଭରଣପୋଷଣକୁ ନେଇ ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡ଼ ରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବି ଦିଅନ୍ତି। ଏହାର ବିରୋଧ କରିବାରୁ ଅନୁଭବ ବର୍ଷାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରି ଦିଅନ୍ତି ବୋଲି ଖବର ପ୍ରକାଶ ପାଇଛି ।
ଖାଲି ସେତିକିନୁହେଁ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି। ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
Comments are closed.