ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ବାବର ଖାଲସା ଆନ୍ତର୍ଜାତୀୟ ସଂଗଠନର ଦୁଇ ଆତଙ୍କବାଦୀ ଗିରଫ। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ସୋମବାର ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ(ବିକେଆଇ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦୁଇ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଜବତ ଅସ୍ତ୍ରଶସ୍ତ୍ର ଭିତରେ ୬ଟି ପିସ୍ତଲ ଏବଂ ୪୦ଟି ଗୁଳି ରହିଛି।
ଦିଲ୍ଲୀ ପୁଲିସର ଏନକାଉଣ୍ଟର ପରେ ଦୁଇ ଆତଙ୍କବାଦୀ ଭୁପେନ୍ଦ୍ର ଓରଫ ଦିଲୱର ସିଂହ ଏବଂ କୁଲୱନ୍ତ ସିଂହକୁ ଗିରଫ କରାଯାଇଛି। ଉଭୟ ଲୁଧିଆନାର ବାସିନ୍ଦା ବୋଲି ଜଣାପଡିଛି।
Comments are closed.