Odisha Link
Bridging the Missing Links in Odisha

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କେନ୍ଦୁଝର: ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମୋହନ ମାଝୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କୁଣ୍ଡୁଳା ପଞ୍ଚାୟତ ଜୟପୁର ଗାଁରେ ଘଟିଛି ଘଟଣା।

ପ୍ରକାଶ ଯେ, ଗତକାଲି ଦିନ ସନ୍ଧ୍ୟା ସମୟରେ ମୋହନ ଘର ନିକଟରେ ଛିଡା ହୋଇଥିବା ବେଳେ ପାଖ ହୁଡ଼ିରୁ ଏକ ଭାଲୁ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୋହନଙ୍କ ବାମ ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡ଼ିଛି।

Comments are closed.