ବିଜେଡ଼ି ଓ ବିଜେପି ସହ ଲଢ଼େଇ ଜାରି ରହିବ: ଭକ୍ତ ଦାସ
ଭୁବନେଶ୍ବର: ମିଜୋରାମ ଓ ମଣିପୁର ପ୍ରଭାରୀ ହେବା ପରେ ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏନେଇ ଶ୍ରୀ ଦାସ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ କାମ କରାଯିବ। ନୂଆ ପ୍ରଭାରୀ ଚେଲ୍ଳାକୁମାର ନିଷ୍ଠାବାନ କର୍ମୀ ସେ କାହାଦ୍ବାରା ପ୍ରଭାବିତ ହୁଅନ୍ତିନି। ପୂର୍ବରୁ ଅନେକ ପ୍ରଦେଶର ଦାୟିତ୍ବ ମୋତେ ମିଳିଥିଲା। ଅଭିଜ୍ଞତାକୁ କାମରେ ଲଗାଇବି। ସିଡବ୍ଲୁସିରେ ସ୍ଥାନ ମିଳିଥିବାରୁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ। ଏହା ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭୋଟ ପ୍ରତିଶତ ବଢ଼ିବ। ରାଜ୍ୟରେ ବିଜେପି ଓ ବିଜେଡ଼ି ମିଳିମିଶି ରହିଛନ୍ତି। ଉଭୟ ଦଳ ସହ ଆମର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ।
Comments are closed.