Odisha Link
Bridging the Missing Links in Odisha

ଲୋକସଭାରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ ଦାବି କଲେ ରବି କିଶନ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସମ୍ନାକୁ ଆସିଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ନେଇ‌ ଗୁମର ଖୋଲିଛି। ଡ୍ରଗ୍ସ କାରବାରକୁ ନେଇ ଆଜି ସଂସଦରେ ଆଲୋଚନା ହୋଇଛି। ଭୋଜପୁରୀ ସୁପରଷ୍ଟାର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଲୋକସଭାରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି। ଡ୍ରଗ୍ସ କାରବାରକୁ ନେଇ ଏକ ବଡ଼ ଧରଣର ତଦନ୍ତ କରିବା ପାଇଁ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରିଛନ୍ତି। ଶୂନ୍ୟକାଳ ସମୟରେ ରବି କିଶନ ଲୋକସଭାରେ ଡ୍ରଗ୍ସ କାରବାର ମାମଲା ବଢୁଥିବା କହିଛନ୍ତି। ଏହା ସହିତ ଚୀନ ଏବଂ ପାକିସ୍ତାନ ମାଧ୍ୟମରେ ଭାରତକୁ ନିଶାଦ୍ରବ୍ୟ ଆସୁଥିବା ସେ କହିଛନ୍ତି।

ବିଜେପି ସାଂସଦ ରବି କିଶନ କହିବା ଅନୁସାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର କରାଯାଉଛି। ଏନସିବି ଜାଲରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କେତେକ ବ୍ୟକ୍ତି ଫସିଛନ୍ତି। ତେଣୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ସେ କହିଛନ୍ତି କି ଯୁବପୀଢିଙ୍କୁ ଡ୍ରଗ୍ସ ଜରିଆରେ ବରବାଦ କରାଯାଉଛି। ତେଣୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଛି। ପ୍ରଥମେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତି ଥିବା ଖବର ସାମ୍ନାକୁ ଆସିଥିଲା। ଯାହାପରେ ତାଙ୍କ ଭାଇ ସୌବିକ,ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ କର୍ମଚାରୀ ନିରଜଙ୍କ ଡ୍ରଗ୍ସ କାରବାର ରାଜ୍ ଖୋଲିଛି। ରିୟା ଦେଇଥିବା ବୟାନ ମୁତାବକ ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ କରିସାରିଛି ଏନସିବି। ଯେଉଁଥିରେ ସାରା ଅଲି ଖାନ,ରକୁଲ ପ୍ରୀତ ଏବଂ ସିମୋନ ଖମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି।

Comments are closed.