ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ଦାବି
ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ନୂଆ ମୋଡ଼ ଆସିଛି। ମାମଲାର ସିବିଆଇ ତଦନ୍ତ ଦାବି କଲା ଭାରତୀୟ ବିକାଶ ପିରଷଦ। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସିବିଆଇ ଦ୍ବାରା ତଦନ୍ତ ସହ ୩୦ ଲକ୍ଷ କ୍ଷତିପୂରଣ ପାଇଁ ଅବେଦନ କରାଯାଇଛି। ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ପୋଲିସ ଡିଜି, ପୋଲିସ କମିଶନର, ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାଯାଇଛି ।
ପ୍ରକାଶ ଯେ, ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମହିଳା କମିଶନ ଓଟିଭି ଏମଡିଙ୍କୁ ନୋଟିସ କରିଛନ୍ତି । ଯଦି ହାଜର ନହୁଅନ୍ତି ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ପୀଡିତାଙ୍କ ମା’ ଓ ଓଟିଭ ଏମଡିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଏହି ଘଟଣାର ତଦନ୍ତ କରାଯାଉଛି। ତେବେ ପୀଡିତାଙ୍କ ମା’ ଆଣିଥିବା ଅଭିଯୋଗକୁ ଆଧାର କରି ଓଟିଭ ଏମଡିଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ।
ଏହାସହ ଗତକାଲି ଘଟଣାର ତଦନ୍ତ ନେଇ ଡିସିପି ସୂଚନା ଦେଇ କହିଥିଲେ ଯେ, ଏଫଆଇଆର୍ କପିରେ ନାଁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯିବ । ସେହିପରି ଘଟଣାରେ ସମ୍ପୃକ୍ତ ଥିବା ସାକ୍ଷୀମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ଡିସିପି କହିଥିଲେ ।
Comments are closed.