କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲ୍ଙ୍କୁ କରୋନା
ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲଙ୍କୁ କରୋନା। କରୋନା ରିପୋର୍ଟ ପଜିଟିଭ ନେଇ କେନ୍ଦ୍ର ମନ୍ତ୍ରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପ୍ରହଲ୍ଲାଦ ସିଂହ ପଟେଲ୍ ଟ୍ବିଟ୍ କରି ଲେଖିଛନ୍ତି ଯେ, ଗତକାଲି ରାତିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ଯେଉଁମାନେ ତାଙ୍କୁ ମଙ୍ଗଳବାର ଭେଟିଥିଲେ ସେମାନା ସତର୍କ ରହିବା ଆବଶ୍ୟକ।
कल रात्रि में मेरी कोरोना रिपोर्ट पाजिटिव आई है,जो लोग मुझे मंगलवार को मिले थे उन्हें सावधानी बरतनी चाहिए @PMOIndia @JPNadda @incredibleindia @MinOfCultureGoI @tourismgoi @BJP4India @BJP4MP @bjp_damoh
— Prahlad Singh Patel (@prahladspatel) September 17, 2020
ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ରାମ ମେଘଓ୍ବାଲ, ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି।
Comments are closed.