୮୬୧.୯୦ କୋଟି ଟଙ୍କା ବ୍ୟୟରେ ଟାଟା ଗ୍ରୁପ୍ କରିବ ନୂଆ ସଂସଦ ଭବନ

ନୂଆଦିଲ୍ଲୀ : ନୂଆ ସଂସଦ ଭବନ ନିର୍ମାଣ କରିବ ଟାଟା ଗ୍ରୁପ୍। ସଂସଦ ଭବନ ନିର୍ମାଣ ଟାଟା ଗ୍ରୁପ୍କୁ ଟେଣ୍ଡର ମିଳିଛି। ୮୬୧.୯୦ କୋଟି ଟଙ୍କା ବ୍ୟୟରେ ଟାଟାଗ୍ରୁପ ଏହି ନୂଆ ସଂସଦ ଭବନ ନିର୍ମାଣ କରିବ। ସିପିଡବ୍ଲ୍ୟୁଡିର କହିବା ଅନୁଯାୟୀ, ପାର୍ଲାମେଣ୍ଟ ହାଉସ ଇଷ୍ଟେଟ୍ର ପ୍ଲଟ୍ ନମ୍ବର ୧୧୮ରେ ନୂଆ ସଂସଦ ଭବନ ନିର୍ମାଣ ହେବ। ଏହାକୁ ନିର୍ମାଣ ନିମନ୍ତେ ୨୧ମାସ ଲାଗିବ।
ଏହି ପ୍ରକଳ୍ପ ନିର୍ମାଣ ପାଇଁ ଏଲ୍ଆଣ୍ଡଟି ୮୬୫ କୋଟି ଟଙ୍କାର ଟେଣ୍ଡରରେ ଉଲ୍ଲେଖ କରିଥିବାରୁ ଏହାକୁ ଅଗ୍ରାହ୍ୟ କରାଯାଇଛି। ଏହି ନୂଆ ସଂସଦ ଭବନରେ ୯୦୦ରୁ ୧୨୦୦ ସାଂସଦଙ୍କ ବସିବାର ବ୍ୟବସ୍ଥା କରାଯିବ। ରିପୋର୍ଟ ଅନୁଯାୟୀ, ସଂସଦର ଚାଲିଥିବା ମୌସୁମୀ ଅଧିବେଶନ ଶେଷ ହେବା ପରେ ବିଲଡିଂ ଉପରେ କାମ ଆରମ୍ଭ ହେବାର ସମ୍ଭାବନା ରହିଛି।
Comments are closed.