ନିଜ ପୁଅର ଜନ୍ମ ଦିନରେ ଖୁସି ଖବର ଦେଲେ ଅକ୍ଷୟ

ମୁମ୍ବାଇ : କରୋନା କାରଣରୁ ଅନେକ ସିନେମା ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ଅନେକ ସିନେମା ଗୁଡ଼ିକ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି । ବର୍ତ୍ତମାନ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଲକ୍ଷ୍ମୀବମ୍’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିଜ ପୁଅର ଜନ୍ମଦିନ ଅବସରରେ ସିନେମାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଅକ୍ଷୟ। ଦିପାବଳୀ ଅବସରରେ ଏହି ସିନେମା ଡିଜିଟାଲ ପ୍ଲାଟଫର୍ମରେ ଧମାକା କରିବ।
‘ଲକ୍ଷ୍ମୀବମ୍’ ନଭେମ୍ବର ୯ ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାର୍ରେ ରିଲିଜ ହେବ ବୋଲି ଅକ୍ଷୟ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି। ଏହା ସହିତ ଅକ୍ଷୟ କୁମାର ତାଙ୍କ ସିନେମାର ଏକ ଟିଜର ମଧ୍ୟ ରିଲିଜ କରିଛନ୍ତି । ଏହି ଟିଜରରେ ଲକ୍ଷ୍ମଣ କିପରି ଲକ୍ଷ୍ମୀରେ ପରିଣତ ହେଉଛି ତାହା ଦେଖିବାକୁ ମିଳିଛି ।
https://www.instagram.com/p/CFMRlarnLd6/
ସୂଚନାଯୋଗ୍ୟ, ପୂର୍ବରୁ ଏହି ସିନେମାଟି ବଡ ପରଦାରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ଏବେ ନିର୍ମାତା ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଯାଉଛନ୍ତି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ହରର୍-କମେଡ଼ି ଭିତ୍ତିକ ସିନେମାରେ ଅକ୍ଷୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କିଆରା ଆଡ଼ଭାନୀ।
Comments are closed.