ଦୂତୀଙ୍କୁ ପ୍ରଶଂସାରେ ପୋତିଲେ ଅକ୍ଷୟ-ଅମିତାଭ
![](https://www.odishalink.com/wp-content/uploads/2019/07/dutee-chand.....jpg)
ଭୁବନେଶ୍ବର: ଇଟାଲିର ନାପୋଲିରେ ଚାଲିଥିବା ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମହିଳା ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ସେ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମହିଳା ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏଥିଲାଗି ତାଙ୍କୁ ସମାଜର ସବୁ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସାରିଛନ୍ତି। ବଲିଉଡ୍ ସେଲିବ୍ରେଟିମାନେ ମଧ୍ୟ ଏଥିରେ ପଛୁଆ ନାହାନ୍ତି। ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ବିଟ୍ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୂତି ତ୍ରିରଙ୍ଗା ଧରିଥିବାର ଫଟୋ ପ୍ରକାଶ କରି ଅମିତାଭ ଲେଖିଛନ୍ତି ଭାରତ ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ। ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା, ହୁମା କ୍ୟୁରେସି, ନେହା ଧୁପିଆ, ତାପସି ପାନୁ, ଅର୍ଜୁନ କାପୁର ପ୍ରମୁଖ ମଧ୍ୟ ଦୂତିଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
another proud moment for INDIA .. congratulations !! INDIAN pride ..🇮🇳🇮🇳👏👏👏 https://t.co/JW8cErZSkL
— Amitabh Bachchan (@SrBachchan) July 10, 2019
Heartiest congratulations @DuteeChand for becoming the first Indian woman track and field athlete to win a 100m gold at the World Universiade
and creating history…fastest woman of India indeed !— Akshay Kumar (@akshaykumar) July 11, 2019
Goosebumps. India!!!! 🇮🇳 @DuteeChand 👏 https://t.co/u0WQLJqeAk
— Ayushmann Khurrana (@ayushmannk) July 10, 2019
ରିଲେରେ ଭାରତ ତ୍ରୟୋଦଶ ସ୍ଥାନ:
ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦୂତି ଚାନ୍ଦ ବ୍ୟକ୍ତିଗତ ଭାବେ ଐତିହାସିକ ସଫଳତା ପାଇଛନ୍ତି। ୨୦୦ ମିଟର ଭଳି ଦଳଗତ ଭାବେ କିନ୍ତୁ ସେ ପଦକକୁ ବଞ୍ଚିତ ହୋଇଛନ୍ତି। ୧୪ ଦଳକୁ ନେଇ ଆୟୋଜିତ ୪ ଗୁଣା ୧୦୦ ରିଲେ ଦୌଡ଼ରେ ଦୂତି, ଧନଲକ୍ଷ୍ମୀ ଶେକର, ହିମାନି ଚନ୍ଦେଲ ଓ ଏନ୍ ହଲ୍ଲଭଲି ରାମେଗୌଡ଼ାଙ୍କୁ ନେଇ ଗଠିତ ଭାରତୀୟ ଦଳ ୧ ନମ୍ବର ହିଟ୍ରେ ଦୌଡ଼ି ଷଷ୍ଠ ସ୍ଥାନରେ ରହିଥିଲା। ଫଳରେ ପରବର୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନଥିଲା। ମୋଟ ଉପରେ ଭାରତୀୟ ଦଳ ତ୍ରୟୋଦଶ ସ୍ଥାନ ଅଧିକାର କରିଥିଲା। ଭାରତୀୟ ଦଳର ସମୟ ୪୬.୨୩ ସେକେଣ୍ଡ ଥିଲା।
jndf
Comments are closed.