ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ
ଭୁବନେଶ୍ବର: ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ । କୃଷି ବିଲ୍ ଆଲୋଚନାରେ ହଙ୍ଗାମା କରିଥିବାରୁ ୮ ସାଂସଦଙ୍କୁ ନିଲମ୍ବିତ କାରାଯାଇଛି । ଆପ ସାଂସଦ ସଂଜୟ ସିଂ, ସାଂସଦ ନଜୀର ହୁସେନ, ଡୋଲା ସେନ, ରାଜୀବ ସାଟବ, କେକେ ରାଗେଶ, ରିପୁନ ବୋରା ନିଲମ୍ବିତ ହୋଇଛନ୍ତି ।
ନିଲମ୍ବିତ କଲେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଏହାକୁ ନେଇ ରାଜ୍ୟସଭାରେ ଆଜି ପ୍ରବଳ ହଟ୍ଟଗୋଳ ହେବାରୁ ଦିନ ୧୦ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।ରାଜ୍ୟସଭାର ମତ ଲୋଡି ସପ୍ତାହେ ପାଇଁ ନିଲମ୍ବିତ କଲେ ଅଧ୍ୟକ୍ଷ ।
ସେମାନେ ରାଜ୍ୟ ସଭାରେ ବିଶୃଙ୍ଖଳା ଆଚରଣ କରିଥିବାରୁ ନିଲମ୍ବିତ କରାଯାଇଛି । କିଛି ସାଂସଦ ଉପାଧ୍ୟକ୍ଷଙ୍କ ସାମ୍ନାରେ ରୁଲ ବୁକ ଚିରିବା ସହ ମାଇକ ଭଙ୍ଗା ରୁଜା କରିଥିଲେ । ଏହାକୁ ନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଗତକାଲିର ଦିନ ରାଜ୍ୟସଭାର ସବୁଠୁ ଖରାପ ଦିନ ଥିଲା । ଗୃହରେ କିଛି ସାଂସଦଙ୍କ ଆଚରଣ ଲଜ୍ଜାଜନକ ଥିଲା । ବିଲକୁ ବିରୋଧ ନାମରେ ବିରୋଧୀ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିଛନ୍ତି ।
Comments are closed.