ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ
କଟକ: ଆଜି କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ସଦଗୁରୁ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ତେବେ କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ ଉଦ୍ଧାର ବେଳେ ପିପିଇ କିଟ ପିନ୍ଧି ଉଦ୍ଧାର କାର୍ଯ୍ୟ ଚାଲିଛି। ଉକ୍ତ ମେଡିକାଲରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏଥି ନିମନ୍ତେ ୧୫ରୁ ଅଧିକ ଆମ୍ବୁଲାନ୍ସ ବ୍ୟବହାର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗାର ବରିଷ୍ଠ ଅଧିକାରୀ, କଟକ ଡିସିପି ଓ ଜିଲାପାଳ ଉପସ୍ଥିତ ଅଛନ୍ତି।
Comments are closed.