Odisha Link
Bridging the Missing Links in Odisha

ଏନସିବି କାର୍ଯ୍ୟାଳୟର ବିଲଡିଂରେ ଅଗ୍ନି କାଣ୍ଡ

ମୁମ୍ବାଇ : ଆଜି ଅପରାହ୍ନରେ ମୁମ୍ବାଇ ବଲ୍ଲାଡ ସ୍ଥିତ ଏକ୍ସଚେଞ୍ଜ ବିଲଡିଂରେ ନିଆଁ ଲାଗିଛି । ଏହି ବିଲଡିଂରେ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି କାର୍ଯ୍ୟାଳୟ ମଧ୍ୟ ରହିଛି । ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଲୋକଙ୍କୁ ବିଲଡିଂରୁ ବାହାରକୁ ବାହାର କରାଯାଉଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ମୁମ୍ବାଇ ପୋଲିସର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Comments are closed.