ଘରକୁ ଆସିପାରନ୍ତି ରିୟା !
ମୁମ୍ବାଇ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତିଙ୍କୁ ଡ୍ରଗ୍ସ କାରବାର ନେଇ ପୁଲିସ ଗିରଫ କରିଥିଲା । ସେ ଆଜି ବାହାରକୁ ଆସି ପାରନ୍ତି । ଦୀର୍ଘ ୧୮ଦିନ ଜେଲରେ ରହିବା ପରେ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରନ୍ତି ରିୟା । ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି ।
ସୂଚନାଅନୁସାରେ ରିୟାଙ୍କୁ ଡ୍ରଗ୍ସ କାରବାର ନେଇ ମୁମ୍ବାଇର ଏକ କୋର୍ଟ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲ ପଠାଇଥିଲେ । ଡ୍ରଗ୍ସ ଲିଙ୍କ ନେଇ ଗତ ୬ ତାରିଖରେ ରିୟାଙ୍କୁ ଜେରା କରିଥିଲା ଏନସିବି ।
କୋର୍ଟ ଏନସିବିର ଆବେଦନ ଓ ସମସ୍ତ ପ୍ରମାଣ ଆଧାରରେ ନିଷ୍ପତ୍ତି ନେଇଥିଲେ । ଏହା ପରେ ପୁଲିସ ରିୟାଙ୍କୁ ୮ ତାରିଖରେ ଗିରଫ କରିଥିଲା । ୧୧ ତାରିଖରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଥିଲା । ରିୟାଙ୍କ ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ଭାଇ ସୌଭିକ ମଧ୍ୟ ଜେଲରେ ଅଛନ୍ତି ।
Comments are closed.