ବିଷ ଝାଡ଼ିବାକୁ ହସପିଟାଲ ପରିସରରେ ଝଡ଼ାଫୁଙ୍କା
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ବିଷ ଭଲ ହେବା ପାଇଁ ମେଡ଼ିକାଲ ପରିସରରେ ଚାଲିଛି ଝଡାଫୁଙ୍କା। ଝଡ଼ାଫୁଙ୍କା କରୁଛନ୍ତି ଖୋଦ ସ୍ୱାସ୍ଥ୍ୟ କର୍ମୀ। ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୟାନିଧି ନାୟକ କରୁଛନ୍ତି ଚିକିତ୍ସା।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ବାଲିଆପାଳ ବ୍ଲକ କୁଲହାଚଡ଼ ଗାଁର ଜଣେ ଯୁବକଙ୍କୁ ସାପ କାମୁଡ଼ି ଥିଲା। ଏହାପରେ ପରିବାର ଲୋତେ ତାଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଦେଖିବା ପରେ ରୋଗୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ। ହେଲେ କିଛି ସ୍ୱାସ୍ଥ୍ୟକର୍ମୀ ହସପିଟାଲ ପରିସରରେ ହିଁ ଆରମ୍ଭ କରିଥିଲେ ଝଡ଼ାଫୁଙ୍କା। ସ୍ୱିପର ହାତରେ ଅରଖ ଗଛର କ୍ଷୀର ଲଗାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
Comments are closed.